ଟ୍ରେନ ଉପରେ ଏବେ ବି ପଡିଛି ନାବାଳକର ମୃତଦେହ : ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛି ପୁରା ଶରୀର

ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି କହିଲେ, ବିଦ୍ୟୁତ ବିଚ୍ଛିନ୍ନ ହେଲେ କଢାଯିବ ମୃତ ଶରୀର

1,441

କନକ ବ୍ୟୁରୋ : ପାରଳାଖେମୁଣ୍ଡି ସେଲଫି ମୃତ୍ୟୁ ଘଟଣାରେ ଏବେ ବି ଟ୍ରେନ ଉପରେ ପଡିଛି ନାବାଳକଙ୍କ ମୃତଦେହ । ଗତକାଲି ଟ୍ରେନ ଉପରେ ସେଲଫି ନେଉଥିବା ବେଳେ ହାଇଭୋଲଟେଜ ବିଦ୍ୟୁତ ତାର ଲାଗିଯିବାରୁ ନାବାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଟ୍ରେନର ଏକ ବଗିରେ ବି ଭୟଙ୍କର ନିଆଁ ଲଗାଯାଇଥିଲା । ତେବେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇନଥିବାରୁ ମୃତଦେହ ଉଦ୍ଧାର ହୋଇପାରିନାହିଁ । ଶ୍ରୀକାକୁଲମ ଠାରୁ ଜିଆରପି ସେକ୍ସନ ଇନସ୍ପେକ୍ଟର ପଂହଚିବା ପରେ ମୃତଦେହକୁ ଉଦ୍ଧାର କରାଯିବ ।

ସୂଚନା ଅନୁସାରେ, ଜଣେ ନାବାଳକ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନର ବଗିରେ ଚଢ଼ି ସେଲଫି ନେଉଥିଲେ । ଏହି ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ସେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି । ଟ୍ରେନର ଗୋଟିଏ ବଗିରେ ମଧ୍ୟ ନିଆଁ ଲାଗି ଯାଇଥିଲା । ମୃତ ନାବାଳକ ହେଉଛନ୍ତି ସୂର୍ଯ୍ୟ କୁମାର , ବୟସ ୧୭ ବର୍ଷ ।