କନକ ବ୍ୟୁରୋ: ପ୍ରାୟ ୧୮ଘଣ୍ଟାର ଅପରେସନ ପରେ, ଦୟାନଦୀରୁ ଉଦ୍ଧାର ହୋଇଛି ନିଖୋଜ ନାବାଳକ ସୁମିତେନ୍ଦ୍ରଙ୍କ ମୃତଦେହ । ଗତକାଲି ଗାଧେଇବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ ସୁମିତେନ୍ଦ୍ର କିନ୍ତୁ ନଦୀରେ ନିଖୋଜ ହୋଇଯାଇଥିଲେ । ସୂଚନା ଅନୁସାରେ ଗାଧୋଇବା ସହ ଆକ୍ୱାରିୟମ ପାଇଁ ମାଛ ଧରୁଥିଲେ । ହେଲେ ହଠାତ ସେ ନଦୀ ଭିତରକୁ ପଶି ଯାଇଥିଲେ । ବାହାରକୁ ବାହାରି ନ ପାରି ବୁଡିଯାଇଥିଲେ ।
- ମୃତ୍ୟୁ ଆସେ ଏମିତି..
- ଗାଧେଇବାକୁ ଯାଇଥିଲେ ପାଣିରେ ବୁଡିଗଲେ
ପରିବାରର ପାଦତଳୁ ଖସିଯାଇଛି ମାଟି । ଯେଉଁ ପୁଅକୁ ବଡ ମଣିଷ କରାଇବା ସ୍ୱପ୍ନ ଦେଖିଥିଲେ ପରିବାର, ସେଇ ପୁଅ ଅକାଳରେ ଚାଲିଯାଇଛି ଅଫେରା ରାଇଜକୁ । ଦୟାନଦୀରୁ ଉଦ୍ଧାର ହେଲା ନିଖୋଜ ନାବାଳକ ସୁମିତେନ୍ଦ୍ରଙ୍କ ମୃତଦେହ । ପ୍ରାୟ ୧୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ମୃତଦେହ । ଗତକାଲି ଗାଧେଇବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ ସୁମିତେନ୍ଦ୍ର । କିନ୍ତୁ ନଦୀରେ ନିଖୋଜ ହୋଇଯାଇଥିଲେ । ଗତକାଲି ରାତି ପ୍ରାୟ ୧୦ଟା ଯାଏଁ ସୁମିତେନ୍ଦ୍ରଙ୍କୁ ଖୋଜିବା ପାଇଁ ସର୍ଚ ଅପରେସନ ଚାଲିଥିଲା । କିନ୍ତୁ ଅନ୍ଧାର ହୋଇଯିବାକୁ ସୁମିତେନ୍ଦ୍ରଙ୍କ ପତ୍ତା ମିଳିନଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀର ସ୍କୁବା ଡାଇଭରମାନେ ସ୍ୱତନ୍ତ୍ର ବୋଟ ଯୋଗେ ଆଜି ଖୋଜାଖୋଜି ଚଳାଇଥିଲା । ଆଉ ନଦୀର ଏକ ପାଶ୍ୱର୍ରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
- ସାଙ୍ଗ ସହ ନଦୀକୁ ଯାଇଥିଲେ ନାବାଳକ
- ଆକ୍ୱାରିୟମ ପାଇଁ ମାଛ ଧରୁଥିବାବେଳେ ବୁଡିଗଲେ
ଲିିଙ୍ଗିପୁର ଇନ୍ଦିରା କଲୋନୀର ରୁହନ୍ତି ସୁମିତେନ୍ଦ୍ର ସାହୁ । ଗୁରବାର ଅପରାହ୍ନରେ ସୁମିତେନ୍ଦ୍ରଙ୍କ ସହ ୪ ଜଣ ନାବାଳକ ଦୟାନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସହ ଆକ୍ୱାରିୟମ ପାଇଁ ମାଛ ଧରୁଥିଲେ । ହେଲେ ହଠାତ ସେ ନଦୀ ଭିତରକୁ ପଶି ଯାଇଥିଲେ । ବାହାରକୁ ବାହାରି ନ ପାରି ବୁଡିଯାଇଥିଲେ । ଆଜି ମୃତଦେହ ମିଳିବା ପରେ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/Capture-59.jpg)