କନକ ବ୍ୟୁରୋ: କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ମୃତଦେହକୁ ଏମ୍ସକୁ ଦାନ କରିଛନ୍ତି ପରିବାର ଲୋକେ । ମୃତ୍ୟୁ ପରେ ତାଙ୍କ ଶରୀର ଛାତ୍ରଛାତ୍ରୀଙ୍କ ପାଠପଢାରେ ଲାଗିବ ବୋଲି ଶିବାଜୀ ପଟ୍ଟନାୟକଙ୍କ ଶେଷ ଇଚ୍ଛା ଥିଲା । ଆଉ ଏହାକୁ ସମ୍ମାନ ଜଣାଇଛନ୍ତି ପରିବାର ଲୋକ । ବର୍ତମାନ ଶିବାଜୀ ପଟ୍ଟନାୟକଙ୍କ ମୃତଦେହକୁ ଏମ୍ସର ଆନାଟୋମି ବିଭାଗରେ କେମିକାଲ ଦେଇ ଦୀର୍ଘଦିନ ଯାଏଁ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ଏହାଫଳରେ ପ୍ରଥମ ବର୍ଷ ଡାକ୍ତରୀଛାତ୍ରମାନେ ଏହି ଶରୀର ଉପରେ ଅଧ୍ୟୟନ କରିବେ । ଗତକାଲି ଭୁବନେଶ୍ୱରରେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା ।