ନୟାଗଡ ଗୁଣ୍ଡୁରୀବାଡି ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ମୃତ ବ୍ୟକ୍ତିଙ୍କୁ ହତ୍ୟା ପରେ ଏସିଡ ପକାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ 

Advertisment
ନୟାଗଡ ଗୁଣ୍ଡୁରୀବାଡି ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ମୃତ ବ୍ୟକ୍ତିଙ୍କୁ ହତ୍ୟା ପରେ ଏସିଡ ପକାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ 

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଦର୍ପନାରାୟନପୁର ଗୁଣ୍ଡୁରୀବାଡି ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଉଦ୍ଧାର ମୃତ ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରାଯିବା ପରେ ଏସିଡ ପକାଇ ଜଳାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ଫୁଲି ଯାଇଥିବାରୁ ଏହା ୨/୩ ଦିନ ତଳର ହୋଇଥିବା ଅନୁମାନ କରାଯାଇଛି ।

ଘଟଣାସ୍ଥଳ ନିକଟରେ ମୃତ ବ୍ୟକ୍ତିଙ୍କ ଚପଲ, ପର୍ସ ଓ ମଦ ବୋତଲ ପଡିଛି । ତେଣୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ରଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe