କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଦର୍ପନାରାୟନପୁର ଗୁଣ୍ଡୁରୀବାଡି ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଉଦ୍ଧାର ମୃତ ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରାଯିବା ପରେ ଏସିଡ ପକାଇ ଜଳାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ଫୁଲି ଯାଇଥିବାରୁ ଏହା ୨/୩ ଦିନ ତଳର ହୋଇଥିବା ଅନୁମାନ କରାଯାଇଛି ।

Advertisment

ଘଟଣାସ୍ଥଳ ନିକଟରେ ମୃତ ବ୍ୟକ୍ତିଙ୍କ ଚପଲ, ପର୍ସ ଓ ମଦ ବୋତଲ ପଡିଛି । ତେଣୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ରଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।