ବଲାଙ୍ଗୀରର ସରକାରୀ ବାସଭବନରୁ ମିଳିଳା ବୃଦ୍ଧ ଦମ୍ପତିଙ୍କ ମୃତଦେହ : ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚର୍ଚ୍ଚା, ପୁଲିସର ତନାଘନା

77

କନକ ବ୍ୟୁରୋ : ସରକାରୀ ବାସଭବନରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରଶେଖରନଗରରେ ରହିଛି ଏହି ଘର । ଏଲଆଇସି ଅଫିସ ପଛପଟେ ଥିବା ସରକାରୀ ବାସଭବନରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସନ୍ଦେହଜନକ ଅବସ୍ଥାରେ ଟାଉନ ଥାନା ପୋଲିସ ଆଜି ସକାଳେ ସେଠାରେ ପହଂଚି ମୃତଦେହ ଉଦ୍ଧାର କରିଛି ।

ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡାସିଂଘା ଗାଁରେ ବୋଲି ଜଣାପଡ଼ିଛି । ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡିଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ଶବକୁ ନେବାକୁ ରାଜି ତାଙ୍କର ଝିଅ ରାଜି ହେଉନଥିବା ସୂଚନା ମିଳିଛି ।