କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ । ତେବେ ଗତକାଲି ରାତିରେ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାର ସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିବା ମନିଷ ଫୋନ କରି ସୂଚନା ଦେଇଥିଲେ । ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।
ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ
/kanak/media/post_attachments/wp-content/uploads/2021/10/14-15.jpg)