କୁଆଖାଇ ନଈବାଲିରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା କରି ବାଲି ଭିତରେ ପୋତି ଦେଇଥିବା ସନ୍ଦେହ । ଏଯାଏ ସ୍ପଷ୍ଟ ହୋଇନି ପରିଚୟ

174

କନକ ବ୍ୟୁରୋ: ନଦୀବାଲିରେ ମୃତଦେହ । ବୁଧବାର ଭୁବନେଶ୍ୱର କୁଆଖାଇ ନଦୀପଠାରେ ମୃତଦେହ ପୋତିହୋଇଥିବା ଖବର ମିଳିବା ପରେ ଚାଂଚଲ୍ୟ ଖେଳିଯାଇଥିଲା । ରାତିସାରା ସଂପୃକ୍ତ ସ୍ଥାନକୁ ଜଗିରହିବା ପରେ ସକାଳେ ମୃତଦେହକୁ ଖୋଳାଯାଇ ଉଦ୍ଧାର କରାଯାଇଥିଲା । ଆଉ ଏହି ମୃତଦେହ ଜଣେ ଯୁବକର ଥିଲା । ଦେହରେ କିଛି କ୍ଷତି ହୋଇନଥିବାବେଳେ ମହୁଁ ନଷ୍ଟ ହୋଇଯାଇଥିଲା । ମୃତ୍ୟର ରହସ୍ୟ ଜାଣିବାକୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଯାଇଛି ।

କୁଆଖାଇ ନଦୀପଠାରୁ ମିଳିଥିବା ମୃତଦେହ କାହାର? ଏହାଏକ ହତ୍ୟା ଘଟଣା ନା ଆଉ କିଛି? ନଇବାଲି ଭିତରେ ମୃତଦେହକୁ କାହିଁକି ଲୁଚାଯାଇଥିଲା? ଏହି ଯୁବକ ସ୍ଥାନୀୟ ଅଚଂଳର ନା ବାହାର ସ୍ଥାନର? ଏସବୁ ପ୍ରଶ୍ନର ଉତର ଖୋଜୁଛି ପୁଲିସ । ପ୍ରଥମ ଥର ଲାଗି ୩-ଡି ଲେଜର ସ୍କାନରରେ ଭିଡିଓ କରିଛି ଫରେନସିକ ଟିମ୍ । ଅର୍ଥାତ ୩୬୦ ଡିଗ୍ରୀରେ ସ୍ଥାନୀୟ ପାରିପାର୍ଶର୍ି୍ୱକ ସ୍ଥିତିର ୩-ଡି ଚିତ୍ର ରେକର୍ଡ ହେବ । ମୃତକଙ୍କ ପରିଚୟ ପାଇଁ ସବୁ ଥାନାର ମିଶିଙ୍ଗ ରିପୋର୍ଟକୁ ଯାଂଚ କରାଯାଉଛି ।

ମୃତକଙ୍କ ବୟସ ପାଖାପଖି ୨୫ରୁ ୩୦ ବର୍ଷ ହେବ । ତାକୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୁଲିସ ପୋଷ୍ଟର ବି ମାରିବ ବୋଲି ଜଣାପଡିଛିା