ଭୁବନେଶ୍ୱର ଭୀମଟାଙ୍ଗୀରେ ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ । ଡ଼ିସିପି କହିଲେ ଧାରୁଆ ଅସ୍ତ୍ରରେ କରାଯାଇଛି ହତ୍ୟା

ଭୁବନେଶ୍ୱର ଭୀମଟାଙ୍ଗୀରେ ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ । ଡ଼ିସିପି କହିଲେ ଧାରୁଆ ଅସ୍ତ୍ରରେ କରାଯାଇଛି ହତ୍ୟା

କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe