ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

କନକ ବ୍ୟୁରୋ: ସେବାକୁ ସାଧନା ଭାବି ସାରା ଜୀବନ ବିତାଇ ଦେଇଥିଲେ ସେ, ନର୍ସ ଭାବେ ଅବସର ନେବା ପରେ ବି ସ୍ୱେଚ୍ଛାକୃତ ଭାବେ କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସେବା କରି ଆସୁଥିଲେ, ହେଲେ ବିଡ଼ମ୍ବନା ଦେଖନ୍ତୁ, ତାଙ୍କ ଜୀବନର ଶେଷ ମୁହୁର୍ତରେ ତାଙ୍କ ପାଖରେ କେହି ସମ୍ପର୍କୀୟ ନଥିଲେ । ପରର ଦୁଃଖ ଦେଖିଲେ, ଧାଇଁ ଆସୁଥିବା ଏହି ପରୋପକାରୀ ମହିଳାଙ୍କ ମୃତ୍ୟୁ ହୋଇଗଲା, ହେଲେ ବି କେହି ଆସିଲେ ନାହିଁ । ହସ୍ପିଟାଲରେ ୩ ଦିନ ଶବ ପଡ଼ି ରହିଲା, କିନ୍ତୁ ସଂପତି ବିବାଦ ପାଇଁ କେହି ଆସିଲେ ନାହିଁ । ଶେଷରେ ତାଙ୍କ କେୟାର ଟେକରଙ୍କ ହାତରେ ଟେକି ଦିଆଗଲା ମୃତଦେହ ।

  • ନାଁ: ଶଶିପ୍ରଭା ଦେବୀ
  • ମଦର୍ ଟେରେସା ପୁରସ୍କାର ପ୍ରାପ୍ତ ସେବିକା

ଭୁବନେଶ୍ୱରର ଶଶିପ୍ରଭା ଦେବୀ ଚିକିତ୍ସାଧିନ ଅବସ୍ଥାରେ ଗତ ୨୦ ତାରିଖରେ ଆଖି ବୁଜି ଦେଲେ, ହେଲେ ଶବ ବ୍ୟବଚ୍ଛେଦ ଅପେକ୍ଷାରେ ଶବ ପଡ଼ି ରହିଲା । ସମ୍ପର୍କୀୟଙ୍କୁ ଅପେକ୍ଷା କରି ନିରାଶ ହେବା ପରେ ଶେଷରେ ଶଶି ଦିଦିଙ୍କ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ କାହା ଭାଗ୍ୟରେ କ’ଣ ଅଛି କିଏ ବା କହିପାରିବ । ଦୀର୍ଘ ୧୬ ବର୍ଷ ଧରି ମାଗଣା ରୋଗୀ ସେବା କରିଆସୁଥିବା ଶଶି ଦିଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏମିତି ହେବ, କିଏ ବା ଜାଣିଥିଲା । ରୋଗୀ ସେବା ପାଇଁ ଦିନେ ମୁଖ୍ୟମନ୍ତ୍ରୀ ତାଙ୍କୁ ମଦର ଟେରେସା ପୁରସ୍କାରରେ ସମ୍ମାନିତ କରିଥିଲେ । ହେଲେ ତାଙ୍କ ସେବାକୁ ହୁଏତ କେହି ବୁଝିଲେନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe