ଏବେ ବି ବଗି ଭିତରେ ରହିଛି ମୃତଦେହ । ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା

234

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏବେ ବି ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରେ ରହିଛି ମୃତଦେହ । ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ଏନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ବିଶାଖାପାଟନମ୍ର ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ ।

ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଏହା ମଧ୍ୟରେ ଓଡ଼ିଶାର କେହି ନାହାନ୍ତି, ସମସ୍ତେ ବିଶାଖାପାଟଣାର ବୋଲି ସ୍ପଷ୍ଟ କରିଛନ୍ତି ଯୁଗ୍ମ ଜିଲ୍ଲାପାଳ । ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସେ ସୂଚନା ଦେଇଛନ୍ତି ।