କନକ ବ୍ୟୁରୋ: କୁଏତରୁ ଫେରୁଛି ୨ ଓଡ଼ିଆଙ୍କ ମୃତଦେହ । ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ମର ଶରୀର । କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଥିବା ୪୫ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଦୁଇୁ ଓଡ଼ିଆ । କଟକର ମହମ୍ମଦ ଜହୁର ଏବଂ ଗଞ୍ଜାମର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି । ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବନ୍ଧନରେ ବାନ୍ଧି ହୋଇଥିଲେ ମହମ୍ମଦ ଜହୁର । ଜହୁରଙ୍କ ପତ୍ନୀ ୭ ମାସର ଗର୍ଭବତୀ । କଟକ ତିଗିରିଆର କରଡାପଲ୍ଲୀ ଗାଁରେ ମହମ୍ମଦ ଜହୁରଙ୍କ ଘର ।

Advertisment

ଅଗ୍ନିକାଣ୍ଡରେ ଜୀବନ ହରାଇଥିବା ସନ୍ତୋଷ ଗୌଡଙ୍କ ଘର ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁରେ । ସନ୍ତୋଷଙ୍କ ମୃତ୍ୟୁ ଖବର ଆସିବା ପରେ ପରିବାର ସମେତ ଗାଁରେ ଶୋକାକୂଳ ପରିବେଶ । ପରିବାରର ରୋଜଗାରିଆ ପୁଅ ଭାବେ କୁଏତ ଯାଇ ସେଠାରେ କାମ କରୁଥିଲେ । ନିଜେ ସିନା ଆରପାରିକୁ ଚାଲିଯାଇଛନ୍ତି କିନ୍ତୁ ପଛରେ ଛାଡିଯାଇଛନ୍ତି ଅନେକ ଦୁଖ ।