କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଛି ଚାଂଚଲ୍ୟକର ଖବର । ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟାରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏକ ଗଛରେ ଏହି ୩ ଝିଅ ଓଢଣୀ ଲଗାଇ ପ୍ରାଣ ହରାଇଛନ୍ତି । ଜଣେ ଝିଅର ବୟସ ୨୧ ବର୍ଷ ବୟସ ହୋଇଥିବାବେଳେ ଜଣେ ଝିଅର ବୟସ ୧୬ ଓ ଆଉ ଜଣକର ବୟସ ୧୫ ବର୍ଷ ବୋଲି ଜଣାପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ୩ ଜଣକର ମୃତ୍ୟୁର କାରଣ ଜଣାପଡିନାହିଁ । ପୁଲିସ ଘଟଣାସ୍ଥଳରେ ପଂହଚିଛି । ରାତି ୯ଟାରେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ରାତି ହୋଇଥିବାରୁ ମୃତଦେହକୁ ଉଦ୍ଧାର କରାଯାଇପାରିନାହିଁ । ପରିବାର ଲୋକେ ବି ଘଟଣା ନେଇ କିଛି ମୁହଁ ଖୋଲୁନାହାନ୍ତି । ତଦନ୍ତ ଚାଲିଛି ଓ କାଲି ଏ ନେଇ କିଛି ସ୍ପଷ୍ଟ ସୂଚନା ଆଶା କରାଯାଉଛି ।