ସିଡିଏସ ବିପିନ ରାୱତଙ୍କ ସମେତ ସମସ୍ତ ସହିଦଙ୍କ ପାର୍ଥିବ ଶରୀରକୁ ଅଣାଗଲା ମାଡ୍ରାସ ରେଜିମେଂଟ: ଦିଆଯାଉଛି ଶେଷ ଶ୍ରଦ୍ଧାଂଜଳି

132

କନକ ବ୍ୟୁରୋ: ଗତକାଲି ସେନା ବିମାନ ଦୁର୍ଘଟଣା ଘଟଣାରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ମିଲିଟାରୀ ହସ୍ପିଟାଲରୁ ମାଡ଼୍ରାସ ରେଜିମେଂଟକୁ ଅଣାଯାଇଛି । ବିମାନ ଦୁର୍ଘଟଣାରେ ସିଡ଼ିଏସ ବିପିନ ରାୱତ୍ଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ତାମିଲନାଡ଼ୁ ନିଳଗିରି ଜିଲ୍ଲାର ମାଡ଼୍ରାସ ରେଜିମେଂଟରେ ସିଡ଼ିଏସଙ୍କ ସମେତ ଅନ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ଏମକେ ଷ୍ଟାଲିନ୍ ।

ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଏହି ସମୟରେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

ଶୁକ୍ରବାର ଦିଲ୍ଲୀ କଂଟେମେଂଟରେ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର ହେବ । ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ବାକି ୧୩ ଜଣ ଯବାନଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ତଦନ୍ତ ପାଇଁ ବାୟୁସେନା କୋର୍ଟ ଅଫ୍ ଇନକ୍ୟୁାରୀ ଅର୍ଡର ଦେଇଛିା ହେଲିକପ୍ଟରଟି ତାମିଲନାଡୁର କୋୟେମ୍ବଟୁର ପାଖରେ ଥିବା ସୁଲୁର ବାୟୁସେନା ବିମାନ ବନ୍ଦରରୁ ସକାଳ ୧୦ଟାରେ ଉଡାଣ ଭରିଥିଲା । କିନ୍ତୁ ଦିନ ୧୨ଟା ପରେ ପରେ ନିଳଗିରି ପର୍ବତାଚଂଳ ପାଖରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।