କନକ ବ୍ୟୁରୋ: ମହାନଦୀରୁ ମିଳିଥିବା ମୃତଦେହ ଓଡ୍ରାଫ କର୍ମଚାରୀଙ୍କ ନୁହେଁ । ଏନେଇ ଟ୍ୱିଟ କରି ସୂଚନା ଦେଲେ ଏସଆରସି । ବର୍ତ୍ତମାନ ସୁଦ୍ଧା ଓଡ୍ରାଫ କର୍ମଚାରୀଙ୍କୁ ଠାବ କରାଯାଇ ପାରିନି । ଯେଉଁ ମୃତଦେହ ମିଳିଛି ତାହା ପରିବାର ଲୋକ ଚିହ୍ନଟ କରିପାରି ନାହାନ୍ତି । କାଲି ମୁଣ୍ଡଳୀ ବୋଟ ବୁଡି ଘଟଣା ପରେ ନିଖୋଜ ଅଛନ୍ତି ସୀତାରାମ । ପୂର୍ବର ଟ୍ୱିଟକୁ ନେଇ ଦୁଃଖ ପ୍ରକାଶ କଲେ ଏସଆରସି ।
ଆଜି ସକାଳେ ଗୋଟିଏ ମୃତଦେହ ଧବଳେଶ୍ୱର ନିକଟ ମହାନଦୀରୁ ଉଦ୍ଧାର କରାଯାଇଥିଲା । ମୃତଦେହ ସୀତାରାମ ମୁର୍ମୁଙ୍କର ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରିବାର ଲୋକ ଏହି ମୃତଦେହକୁ ଚିହ୍ନଟ କରିପାରିନଥିଲେ ।
ସୂଚନାଯୋଗ୍ୟ, ଗତକାଲି କଟକର ମୁଣ୍ଡୁଳିଠାରେ ଏକ ଦନ୍ତାହାତୀକୁ ବଞ୍ଚାଇବା ମିସନ୍ (ମିସନ ଗଜରାଜ)ରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ୍ରାଫ୍ ଟିମ୍ର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁ ଏଯାଏଁ ନିଖୋଜ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/14-34.jpg)