କଳାହାଣ୍ଡି କଲମପୁର ନିକଟ ହାତୀ ନଦୀରେ ବୁଡିଗଲା ଡଙ୍ଗା : ଅଳ୍ପକେ ବର୍ତିଗଲେ ଯାତ୍ରୀ , ଯାତ୍ରୀମାନେ ପହଁରି ପହଁରି କୂଳରେ ପହଂଚିଲେ;  ୧୦ ଜଣ ଯାତ୍ରୀଙ୍କ ସମେତ ପୋଲ ନିର୍ମାଣ ସାମଗ୍ରୀ ନେଇ ଆସୁଥିଲା ଡଙ୍ଗା 

165

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେଇ ଯାଇଥିବା ହାତୀ ନଦୀରେ ବୁଡି ଗଲା ଡଙ୍ଗା । ଅଳ୍ପକେ ବର୍ତିଲେ ଡଙ୍ଗାରେ ଥିବା ୧୦ ଯାତ୍ରୀ । ଡଙ୍ଗା ବୁଡିଯାଉଥିବା ଦେଖି ଯାତ୍ରୀମାନେ ପହଁରି ପହଁରି କୁଳରେ ପହଂଚିଥିବା ସୂଚନା ମିଳିଛି । କଲମପୁର ବ୍ଲକ ଟେମେରାର ହାତୀ ନଦୀ ଘାଟରେ ୧୦ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ୧୦ ଯାତ୍ରୀଙ୍କ ସମେତ ପୋଲ ନିର୍ମାଣ ଆସୁଥିବା ସାମଗ୍ରୀ ଡଙ୍ଗାରେ ବୋଝେଇ ହୋଇଥିବାରୁ ପାଣି ପଶି ଡଙ୍ଗା ବୁଡିଥିବା ଜଣାପଡିଛି ।

ଏହି ହାତୀ ନଦୀର ଘାଟ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନରେ ଏକ ପୋଲ ନିର୍ମାଣ ହେଉଛି । ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ତ୍ୱରାନ୍ୱିତ କରାଯିବାକୁ ଅଂଚଳବାସୀ ଦାବି କରିଛନ୍ତି ।