କନକ ବ୍ୟୁରୋ : ମଝି ଚିଲିକାରେ ଫସିଛି ଡଙ୍ଗା । ଫସି ରହିଛନ୍ତି ଯାତ୍ରୀ । ଡଙ୍ଗାରେ ୧୩ଟି ବାଇକ୍ ୨୫ରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି । ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀଙ୍କୁ ନେଇ ଆସୁଥିଲା ଡଙ୍ଗା । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଫଳରେ ଚିଲିକା ମଝିରେ ଫସି ରହିଛି ।

Advertisment

ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ସ୍ଥାନୀୟ କର୍ତୃପକ୍ଷ । ତେବେ ଚିଲିକାରେ ଡଙ୍ଗା ଫସି ରହିବା ଏକ ସାଧାରଣ ଘଟଣା ହୋଇ ଗଲାଣି । ବାରମ୍ବାର ଏଭଳି ଅଘଟଣ ହେଉଥିବା ଦେଖିବାକୁ ମିଳୁଛି ।