ପାରାଦୀପ ମହାନଦୀ ମୁହାଣରେ ଓଲଟିଲା ଡ଼ଙ୍ଗା: ୨ ଜଣ ନିଖୋଜ, ୫ଜଣ ଉଦ୍ଧାର

78

କନକ ବ୍ୟୁରୋ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ମାଛଧରା ଡଙ୍ଗା ଓଲଟି ୨ଜଣ ନିଖୋଜ ହୋଇଛନ୍ତି । ମୋଟ ୭ଜଣ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ମାଛମାରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ୨ ଜଣ ନିଖୋଜ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ସମସ୍ତ ମତ୍ସ୍ୟଜୀବୀ ପାରାଦିପ ଷଣ୍ଢକୁଦ ବସ୍ତି ଅଂଚଳର ବୋଲି ଜଣାପଡ଼ିଛି ।