ହୋଟେଲକୁ ଚିଠି ଲେଖିଲା ବିଏମସି । ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ

97

କନକ ବ୍ୟୁରୋ : ଭୁବନେଶ୍ୱରରେ ନିଟ୍ ଓ ଜେଇଇ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିବାକୁ ଥିବା ପରୀକ୍ଷାର୍ଥୀଙ୍କ ରହିବା ପାଇଁ ହୋଟେଲ ଗୁଡିକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଚିଠି ଲେଖିଛି ବିଏମସି । ଏଥିପାଇଁ କେତେକ ହୋଟେଲର ଲିଷ୍ଟ ପ୍ରକାଶ କରିଛି । ଭୁବନେଶ୍ୱରରେ ୧୬ ହଜାର ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍, ପୋଲିସ ଟିମ୍, ସାନିଟାଇଜିଂ ବ୍ୟବସ୍ଥା ରହିବ । ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହୋଇଛି ।

ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କରାଯିବ । କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ ଯୋଗେ ସଚେତନ କରାଯିବ । ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି ବିଏମସି କମିଶନର କହିଛନ୍ତି । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେନ୍ଦ୍ର ଭିତରେ ଓ କେନ୍ଦ୍ର ବାହାରେ ଏବଂ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୋଲିସ ମୃତୟନ କରାଯିବା ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ ଜିଲ୍ଲାରୁ ବସ ଯାତାୟ୍ତରେ କୌଣସି ବାଧକ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛିି ।

ଏଥିସହ କେନ୍ଦ୍ର ବାହାରେ ଅଟୋ ରିକ୍ସା ଓ କ୍ୟାଡର ମୃତୟନ କରାଯିବା ନେଇ ସେମାନଙ୍କ ସଂଘକୁ କୁହାଯାଇଛି । ରାଜଧାନୀରେ ମୋଟ ୬ଟି ପରୀକ୍ଷା କେନ୍ଦ୍ର ଓ ରହଣି ପାଇଁ ୮ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ଼ ନୀରିକ୍ଷକ ରହିବେ । ସେପଟେ ବ୍ରହ୍ମପୁରରୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ୩୧ ତାରିଖରେ ଆଇଟିଆଇରୁ ଭୁବନେଶ୍ୱର ଅଭିମୁଖେ ଏହି ସ୍ୱତନ୍ତ୍ର ବସ୍ ସାଢେ ୧୨ଟାରେ ବାହାରିବ ।