ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଳାଶପଲ୍ଲୀ ଅଫିସ ଆଗରେ ବିଏମସି ଟିମ୍ : ଆଜି ଖୋଲିବକି ସିଲ୍ ହୋଇଥିବା ଅଫିସ୍ ; କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୭ ଦିନ ତଳେ ହୋଇଥିଲା ସିଲ୍

161

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ ଅଫିସ ଆଗରେ ବିଏମସି ଟିମ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୧୦ ତାରିଖ ଅର୍ଥାତ ୭ ଦିନ ତଳେ ଅପରାଜିତାଙ୍କ ଅଫିସକୁ ବନ୍ଦ କରିଥିଲା ବିଏମସି । ବିଏମସି ଅଧିକାରୀଙ୍କ ସହ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି ।

ଆଜି ଅପରାଜିତାଙ୍କ ଅଫିସ ଖୋଲିବ ବୋଲି ଚର୍ଚ୍ଚା ହେଉଛି । ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ୧୫ ଦିନ ପାଇଁ ସିଲ୍ କରିବା ସହ ସେହି ସ୍ଥାନକୁ ବିଶୋଧନ କରାଯିବ ବୋଲି ସୂଚନା ବିଏମସି ପକ୍ଷରୁ କୁହାଯାଇଥିଲା ।