ମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ପ୍ରତିବାଦ ପରେ, ପ୍ରତିକ୍ରିୟା ରଖିଲା ବିଏମସି : କମିଶନର କହିଲେ, ମନ୍ଦିର ଖୋଲିବା ଆଶା କ୍ଷୀଣ

ମନ୍ଦିର ଖୋଲିବାକୁ ଦାବି କରି ଘଂଟ ବଜାଇ ପ୍ରତିବାଦ କରିଥିଲେ ସେବାୟତ

152

କନକ ବ୍ୟୁରୋ : ଭୁବନେଶ୍ୱରରେ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ । ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମନ୍ଦିର ଖୋଲିବ କି ନାହିଁ ସେନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି । ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି , ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କହିଛନ୍ତି ବିଏମସି କମିଶନର । ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦ କ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସେପଟେ ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଂଟ ବାଡ଼େଇ ଶଙ୍ଖ ଫୁଙ୍କି ଆନ୍ଦୋଳନ । ସାମାଜିକ ଦ୍ୱରତା ଓ ମାସ୍କ ପିନ୍ଧି ଆନ୍ଦୋଳନରେ ଯୋଗ ଦେଇଛନ୍ତି ରାଜ୍ୟର ବିଭିନ୍ନ ମନ୍ଦିର ସେବାୟତ । ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରଖିଛନ୍ତି । ପ୍ରଶାସନର ଅବହେଳାକୁ ନେଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ୫ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି । ଚଳିତ ଅନଲକ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ସିଗ୍ନାଲ ଦେଇଥିଲେ ସୁଧା ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ମନ୍ଦିର ନଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ ।