କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଏହି ମାର୍ଗଦର୍ଶିକାରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲି ପାରିବ ବୋଲି ଉଲ୍ଲେଖ ରହିଛି । ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ କୋଭିଡ୍ ନିୟମର ନିୟମ ପାଳନ କରିବେ । ଅନୁମତି ନେଇ ପୂଜାପାଠ ଏବଂ ଧାର୍ମିକ ଉପାସନା ହୋଇପାରିବ ।

Advertisment

ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମନ୍ଦିର ଖୋଲିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନି । ମନ୍ଦିର ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି, ତଥାପି ବାହାରୁଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଜରୁରୀ । ମତାମତ ପରେ ଆସନ୍ତା ସପ୍ତାହ ଭିତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।