କନକ ବ୍ୟୁରୋ : ଦୁଇ ବର୍ଷର ସଂଘର୍ଷ ପରେ ଚାଷୀଙ୍କୁ ମିଳିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହାପରେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ । ନଡିଆ ଭାଙ୍ଗି ଏକପ୍ରକାର ବିଜୟ ଉତ୍ସବ ପାଳିଛନ୍ତି । ସ୍ଥାନୀୟ ଅଂଚଳରେ ଶହ ଶହ ଏକର ଚାଷ ଜମିକୁ ଏହି କେନାଲ ଦେଇ ପାଣି ଯାଉଥିଲା । କିନ୍ତୁ ଗତ ୨ ବର୍ଷ ହେବ ସବୁ ବନ୍ଦ ହୋଇ ଯାଇଥିଲା । କେନାଲ ପାଣି ଆସି ପାରୁ ନଥିବାରୁ ଅନେକ ଜମିରେ ଚାଷକାର୍ଯ୍ୟ ବି ହୋଇ ପାରୁ ନଥିବା ଅଭିଯୋଗ ହୋଇଥିଲା । ହେଲେ ଏବେ କେନାଲରୁ ମାଟି ହଟିବା ଦେଖି ଚାଷୀଙ୍କ ମୁହଁରେ ହସ ଫେରିଛି । ଅବରୋଧ ହୋଇଥିବା କେନାଲର ଅଧାଭାଗରୁ ମାଟି ହଟିଥିବାବେଳେ , ଆସନ୍ତା ୨୬ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଅବରୋଧ ହଟିଯିବ ବୋଲି ପ୍ରତିଶ୍ରୁତି ଦେଇଛି ଜଳ ସେଚନ ବିଭାଗ । ତେବେ ସ୍ଥାନୀୟ ଅଂଚଳରେ କେବଳ କେନାଲ ଅବରୋଧ କରାଯାଇଥିଲା ତାହା ନୁହେଁ, ଗୋଚର ଜମି, ଠାକୁର ଜମି ସମେତ ଅନେକ ବ୍ୟକ୍ତିଗତ ଜମିକୁ ଜବରଦଖଲ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

Advertisment

ଅବରୋଧ ଥିବା କେନାଲରୁ ମାଟି ହଟିବା ପରେ ଚାଷୀଙ୍କ ଜମିକୁ ଏବେ ପାଣି ଆସିବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ଚାଷୀଙ୍କ ମୁହଁରେ ଫେରିଛି ହସ । କାରଣ କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା କେନାଲକୁ ଅବରୋଧ କରିଥିବା ଅଭିଯୋଗ ହୋଇଥିଲା, ଆଉ ସେହିମାନେ ହିଁ କେନାଲରୁ ଅବରୋଧ ହଟାଇବାକୁ ବାଧ୍ୟ ହୋଇଛନ୍ତି । କେନାଲ ଜବରଦଖଲ କିରଥିବା ଅନୁଷ୍ଠାନ ଉପରେ ଚାପ ପଡିବା ପରେ, ନିଜେ ଲୋକ ଲଗାଇ କେନଲା ଅବରୋଧ ହଟାଇଛନ୍ତି । ଚାଷୀଙ୍କ ହକକୁ ନେଇ ସ୍ୱର ଉଠାଇଥିବା ସାଂସଦ ଅପରାଜିତା ଷଡଙ୍ଗୀ ନିଜେ ଘଟଣାସ୍ଥଳରେ ପହଁଛି ସ୍ଥିତି ଅନୁଧ୍ୟାନ କରିବା ସହ ନକ୍ସା ଦେଖି ମାପଚୁପ ମଧ୍ୟ କରିଛନ୍ତି ।

ବ୍ୟବସାୟୀ କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା ସ୍ଥାନୀୟ ଅଂଚଳରେ ଜମି ଜବରଦଖଲ କରିବା ସହ କେନାଲ ଅବରୋଧ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଘଟଣାରେ ଭୁବନେଶ୍ୱର ସାଂସଦ ଅପରଜିତା ଷଡଙ୍ଗୀ ହସ୍ତକ୍ଷେପ କରିବା ପରେ ଆକ୍ସନ ମୋଡ୍ରେ ଆସିଥିଲା ଜଳ ସେଚନ ବିଭାଗ ।