କନକ ନ୍ୟୁଜ୍: କୋରାପୁଟ ସୁଙ୍କି ଘାଟିରୁ ଏଯାଏଁ ହଟିନି ଅବରୋଧ । ତେଣୁ ପଥ ପରିବର୍ତ୍ତନ କରି ଲୋକଙ୍କୁ ଯିବାକୁ କହିଛି ପ୍ରଶାସନ । ଲୋକମାନଙ୍କୁ ଅରକୁ ଓ ନନ୍ଦପୁର ରାସ୍ତା ଦେଇ ଯିବା ଆସିବା କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ କହିଛି । ତେବେ ଆନ୍ଧ୍ର- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଅବରୋଧ ଯୋଗୁଁ ରାସ୍ତା ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହ ଶହ ଗାଡ଼ି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ସହିତ ସ୍ଥାନୀୟ ଲୋକେ ନିୟୋଜିତ ଅଛନ୍ତି । ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ପାଇଁ ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିରେ ମାଟି ଅତଡ଼ା ଖସିଥିଲା । ଯାହା ପାଇଁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇ ରହିଛି ।
ଏଯାଏଁ କୋରାପୁଟ ସୁଙ୍କି ଘାଟିରୁ ହଟିନି ଅବରୋଧ । ପଥ ପରିବର୍ତ୍ତନ କରି ଯିବାକୁ କହିଲା କୋରାପୁଟ ଜିଲ୍ଲା ପ୍ରଶାସନ ।
/kanak/media/post_attachments/wp-content/uploads/2021/09/vlcsnap-2021-09-28-15h30m22s057.png)