କନକ ବ୍ୟୁରୋ: ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ତଦନ୍ତକୁ ବନ୍ଦ କରିଦେଇଛି ସିବିଆଇ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅସହଯୋଗରୁ ଏଭଳି କରିବାକୁ ବାଧ୍ୟହେଲା ସିବିଆଇ । ସୂଚନା ଅଧିକାର ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟ ପ୍ରକାଶ ନାୟକ। ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପ୍ରାୟ ୨୪ ହଜାର ମେଟ୍ରିକଟନ୍ ଲୁହାପଥର ନେଇ ଯାଉଥିବା ଏମଭି ବ୍ଲାକରୋଜ ଜାହାଜଟି ପାରାଦୀପଠାରୁ ୫ କିଲୋମିଟର ଦୂର ସମୁଦ୍ରରେ ବୁଡିଯାଇଥିଲା। ସେତେବେଳେ ବିରୋଧୀ ରାଜନୈତିକ ଦଳ ଅଭିଯୋଗ କରିଥିଲେ ଯେ, ଜାଲ କାଗଜପତ୍ର କରି ବେଆଇନ ଭାବେ ଲୁହାପଥର ଚୋରାଚାଲାଣ କରାଯାଉଥିଲା ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା କୁହାଗଲା । ତେବେ ତଦନ୍ତର ଗତି ଓ ସ୍ଥିତି ସଂପର୍କରେ ସୂଚନା ଅଧିକାର ବଳରେ ଯେଉଁ ତଥ୍ୟ ମିଳିଛି ତାହା ଚମକାଇ ଦେଲାଭଳି । ସୂଚନା ଅଧିକାର ଅଭିଯାନ ପକ୍ଷରୁ ମଗାଯାଇଥିବା ତଥ୍ୟର ଉତ୍ତର ନଭେମ୍ବର ୭ ତାରିଖରେ ସିବିଆଇ କାର୍ଯ୍ୟାଳୟରୁ ମିଳିଛି । ଏଥିରେ କୁହାଯାଇଛି ଯେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ଅସହଯୋଗରୁ ସିବିଆଇ ବ୍ଲାକରୋଜ ଜାହାଜ ବୁଡି ଘଟଣାର ତଦନ୍ତ କରିପାରିନଥିଲା ଏବଂ ମାମଲାକୁ ବନ୍ଦ କରିବାକୁ ବାଧ୍ୟହେଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/vlcsnap-2022-12-06-19h46m33s146.png)