କନକ ବ୍ୟୁରୋ : ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୩୦ ବର୍ଷ ହେଲା ଦୁର୍ବିସହ ଜୀବନ ବିତାଉଛନ୍ତି । ୩ ଦଶନ୍ଧି ଧରି ପରିବାର ଓ ରହିଆସୁଥିବା ବେଳେ ସରକାରୀ ସବୁିଧା ଟିକେ ବି ମିଳିନି ଏମାନଙ୍କୁ । ଘର ତ ଦୂର କଥା ଜାଗା ଖଣ୍ଡିଏ ବି ଦେଇନି ପ୍ରଶାସନ । ପରିବାର ସହ ପଲିଥିନ୍ ତଳେ ବିତୁଛି ଜୀବନ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ରାୟଗଡା ସଦର ବ୍ଳକ କୁର୍ଲି ପଚାଂୟତର କୁର୍ଲିଗୁଡା କ୍ୟାମ୍ପରେ । ଏହି ଅଂଚଳରେ ୩୦ରୁ ଅଧିକ ପରିବାର ରହୁଛନ୍ତି । ପଥର ଖାଦାନରେ ପଥର କାଟି ପରିବାର ଚଳାଉଥିବା ବେଳେ ଏବେ ଖାଦାନ ବନ୍ଦ ରହିଛି । ସରକାରଙ୍କ କୌଣସି ସହାୟତା ବି ନାହିଁ । ଘର ନଥିବାରୁ ବର୍ଷା ଦିନ ଆସିଲେ ସ୍ଥିତି ଦୟନୀୟ ହୋଇପଡୁଛି । ଶିକ୍ଷା ସ୍ୱାସ୍ଥ୍ୟ ତ ଦୂର କଥା ପିଇବାପାଣି ମୁନ୍ଦାଏ ବି ମିଳୁନି । ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେବା ସହ ଦାନ୍ତ ସବୁ କଳା ପଡିଯାଉଛି । ଲୋକଙ୍କ ଅଭିଯୋଗ ଏଥର ସମାଧାନ ନହେଲେ ସମୂହ ଭୋଟ୍ ବର୍ଜନ କରିବୁ ।

Advertisment

ଗାଁର ସମସ୍ୟା ନେଇ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ସହାୟତା ପ୍ରଦାନ କରାଯିବ ବୋଲି ମିଳିଛି ପ୍ରତିଶୃତି । ବର୍ଷ ବର୍ଷ ଧରି ଏହି ଗାଁରେ ସମସ୍ୟା ଲାଗି ରହିଥିବା ବେଳେ ଖୁବଶିଘ୍ର ଉନ୍ନତି ପାଇଁ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇଛି ।