ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା  ।

137

କନକ ବ୍ୟୁରୋ: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟ ପକାଇ ବ୍ୟାଙ୍କ କର୍ମଚାରୀ ଗଣତି କରୁଛନ୍ତି, ସେହି ଭିଡିଓ ଏବେ ସାମ୍ନାକୁ ଆସିଛି ।

ଗଣତି ପରେ ସାଢ଼େ ୩୭ କୋଟି ମିଳିଥିବା ସୂଚନା ମିଳିଛି । ଏଥିରେ ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ପୂର୍ବରୁ ୪ ଜଣ କର୍ମଚାରୀ ଗଣତିରେ ନିୟୋଜିତ ଥିଲେ, ଟଙ୍କା ପରିମାଣକୁ ଦେଖି ଶନିବାର ଛୁଟି ଥିବା ସତ୍ୱେ ୯ ଜଣ କର୍ମଚାରୀଙ୍କୁ ଗଣତିରେ ସାମିଲ କରାଯାଇଥିଲା । ୪ଟି ମେସିନରେ ଟଙ୍କାଗଣା ହୋଇଥିଲା । ଟଙ୍କା ପୁରୁଣା ଓ ଓଦାଳିଆ ରହିଥିବାରୁ ଗଣତିରେ ବିଳମ୍ବ ହୋଇଥିଲା ।