ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ: କାରରେ ଡାର୍କ ଫିଲ୍ମ ଲଗାଇଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

233

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା କଳାକାଚ ଯାଂଚ ଅଭିଯାନ । ଗାଡିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି । କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ଜରିମାନା ଦେବାକୁ ପଡ଼ିବ । ପୋଲିସ ମାମଲା ମଧ୍ୟ ରୁଜୁ କରିପାରିବ । ୫ ହଜାର ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଗାଡିରେ ଲାଗିଥିବା ଡାର୍କ ଫିଲ୍ମକୁ ବାହାର କରାଯାଇଛି ।