କନକ ବ୍ୟୁରୋ: ନିଖୋଜ ହୋଇଗଲେ ବିଜେପିର ଉଚ୍ଚ ଶିକ୍ଷିତ ଜିଲ୍ଲା ପରିଷଦ ପ୍ରାର୍ଥୀ । ଥାନାରେ ମାମଲା ରୁଜୁ କଲା ଭାରତୀୟ ଜନତା ପାର୍ଟି । ଆଦିବାସୀ ଯୁବତୀ ତଥା ଡିପ୍ଲୋମା ଇଂଜିନିୟରିଂ ଭଳି ଉଚ୍ଚଶିକ୍ଷା ଲାଭ କରିଥିବା ରିନା କବାସୀଙ୍କୁ ମାଲକାନଗିରି କାଲିମେଳା ଜୋନ- ୨ ଲାଗି ବିଜେପି ପାର୍ଥୀ କରି ମନୋନୟନ ପତ୍ର ଦାଖଲ କରିଥିଲା । ତେବେ ଗତ ୨୩ ତାରିଖ ସନ୍ଧ୍ୟାରେ ରିନା ବିଜେପି ଦଳର ଅଜାଣତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି କେଉଁ ଆଡେ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି ।
ଏ ନେଇ ବିଜେପି ପକ୍ଷରୁ କାଲିମେଳା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ସେଠାରେ ବିଜେପିର ବିଜୟ ସମ୍ଭାବନ ଅଧିକ ଥିବାରୁ ବିରୋଧୀ ଦଳ ଷଡଯନ୍ତ୍ର କରିବା ସହ ଆର୍ଥିକ ଲୋଭ ଓ ଚାପ ପ୍ରୟୋଗ କରି ଏପରି କାମ କରିଥିବା ଅଭିଯୋଗ କରିଛି ବିଜେପି । ଅନ୍ୟପଟେ ବିଜେପି ୧୪ ଟି ଆସନରେ ଲଢେଇ କରି ଜିଲ୍ଲା ପରିଷଦ ଗଠନ କରି ୨୦୧୭ ଫଳାଫଳ ଦୋହରାଇବ ବୋଲିି ଦମ୍ଭୋକ୍ତି ପ୍ରକାଶ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/33-18.jpg)