କନକ ବ୍ୟୁରୋ: ଆସନ୍ତାକାଲି ଶେଷ ପର୍ଯ୍ୟାୟ ବା ପଞ୍ଚାୟତ ଭୋଟିଂର ପଞ୍ଚମ ପର୍ଯ୍ୟାୟ ମତଦାନ । ତେବେ ଏହାରି ଭିତରେ ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ଆଉ ଷ୍ଟ୍ରଙ୍ଗ ରୁମକୁ ଚାଲିଯାଇଛି ଭୋଟ୍ ବାକ୍ସ । ଯେଉଁଥିରେ ସିଲ୍ ହୋଇ ରହିଛି ନେତାଙ୍କ ଭିବଷ୍ୟତ । ପୂର୍ବରୁ ଅନେକ ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ନିଜେ ପ୍ରାର୍ଥୀ ଏବଂ ସମର୍ଥକ ପହରା ଦେଉଥିବାର ଖବର ଆସିଛି । କିନ୍ତୁ ଷ୍ଟ୍ରଙ୍ଗରୁମକୁ ନେଇ ଅଧିକ ଚିନ୍ତା ବିଜେପି ନେତାଙ୍କୁ । ଯେଉଁଥିପାଇଁ ବିଡ଼ିଓଙ୍କ ପାଦତଳେ ପଡ଼ି ନେହୁରା ହୋଇଛନ୍ତି ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ।
#ମାଡାମ୍_ଗୋଡ଼_ଧରୁଛି...#ସୁରକ୍ଷିତ_ରଖ_ଷ୍ଟ୍ରଙ୍ଗ୍_ରୁମ୍
ବିଡ଼ିଓଙ୍କ ପାଦତଳେ ପଡ଼ିଲେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ । ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ହେଲେ ନେହୁରା । #ElectionWithKanakNews#PanchayatPolitics#Odishapic.twitter.com/Wu2oiYYyLO— Kanak News (@kanak_news) February 23, 2022
ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଖଲ୍ଲିକୋଟ ବିଡିଓଙ୍କ ପାଦ ତଳେ ପଡିଲେ ଖଲ୍ଲିକୋଟ ୧୧ ନଂ ଜୋନର ବିଜେପି ଜିଲ୍ଲାପରିଷଦ ପ୍ରର୍ଥୀ ଯଜ୍ଞନାରାୟଣ ଦାସ ଓ ୧୩ ନଂ ଜୋନ ଜିଲ୍ଲା ପରିଷଦ ପ୍ରର୍ଥୀ ରାମଚନ୍ଦ୍ର ବୈଦ୍ୟ । ଗତକାଲି ଖଲ୍ଲିକୋଟ ବ୍ଲକରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ବ୍ଲକ ପରିସର ମଧ୍ୟରେ କରାଯାଇଥିବା ୩ଟି ଷ୍ଟ୍ରଙ୍ଗ ରୁମ କୁ ବାଲଟ ବକ୍ସ ଅଣାଯାଇଥିଲା କିନ୍ତୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ଷ୍ଟ୍ରଙ୍ଗରୁମ୍ ବୁଲି ଦେଖିବା ପରେ ସେଠାରେ ସିସିଟିଭି ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା ଠିକ ନଥିବା ଦର୍ଶାଇ ବିଡିଓଙ୍କୁ ବିଜେପି ନେତା ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ ସମାଧାନ ନହେବାରୁ ଶେଷରେ ବିଜେପିର ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଡିଓଙ୍କ ପାଦ ତଳେ ପଡିଥିଲେ । ଶେଷରେ ଏହାର ସମଧାନ କରାଯାଇ ପୁଣିଥରେ ଅଧିକ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଥିଲା । ତା’ ପରେ ମଧ୍ୟ ବିଜେପି କର୍ମୀ ଷ୍ଟ୍ରଙ୍ଗରୁମ୍ ଆଗରେ ଜଗି ରହିଥିଲେ ।