କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଅଡୁଆ ବଢାଇ ଦେଇଛି । ଆଉ ଚାଷୀଙ୍କ ମଧ୍ୟରେ ନୂଆ ଆଇନକୁ ନେଇ କୁହୁଳୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର’ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକା ଜରିଆରେ ଦଳ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ।

Advertisment

କୃଷି ଆଇନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଇଛି
ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ
ତର୍କ ଓ ତଥ୍ୟ ଆଧାରରେ ଭ୍ରାନ୍ତ ଧାରଣା ଦୂର କରିବାକୁ ସରକାର ପ୍ରସ୍ତୁତ
କେବଳ ବିରୋଧ କରିବାକୁ ବିରୋଧୀ ବିରୋଧ କରୁଛନ୍ତି

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ୩୨ ଦିନରେ ପହଂଚିଛି । ଦିଲ୍ଲୀର ସିଙ୍ଘୁ ବର୍ଡର, ଚିଲ୍ଲା ବର୍ଡର, ଟିକିରି ବର୍ଡର, ଗାଜିପୁର ବର୍ଡରରେ ଧାରଣାରେ ରହିଛନ୍ତି ଚାଷୀ । ଦୀର୍ଘ ଏକ ମାସରୁ ଅଧିକ ଦିନ ଚାଷୀ ଦିଲ୍ଲୀକୁ ଚାରିପଟୁ ଘେରାଉ କରିଛନ୍ତି । ଏହାରି ଭିତରେ ସରକାରଙ୍କ ସହ ସମନ୍ୱୟ ଚାଷୀ ସଂଗଠନର ୫ ଥର ବୈଠକ ହୋଇଥିଲେ ବି ସମାଧାନର ବାଟ ଫିଟି ନାହିଁ । ବାଇଟ- ପ୍ରଶାନ୍ତ ଜଗଦେବ, ବରିଷ୍ଠ ବିଜେଡି ନେତା

କେନ୍ଦ୍ର ସରକାର ୭ଶହ ଜିଲ୍ଲାରେ ଶହେ ସାମ୍ବାଦିକ ସମ୍ମିଳନୀ ଓ ୭ ଶହ କୃଷକ ସମାବେଶ କରି ନୂଆ କୃଷି ଆଇନ ସଂପର୍କରେ ସଚେତନତା କରିବାକୁ ରଣନୀତି କରିଛନ୍ତି ।