ପରୀ ପାଇଁ ବିଜେପି କରିବ ପଦଯାତ୍ରା : ଆସନ୍ତା ୧୫ରେ ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳିରେ ପଦଯାତ୍ରା

ଡିସେମ୍ୱର ୨୧ରେ ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ବିଜେପି କରିବ ବିଶାଳ ଯାତ୍ରା

52

କନକ ବ୍ୟୁରୋ : ପରୀ ପାଇଁ ପଦଯାତ୍ରା । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ବି ପଦଯାତ୍ରା ହେବ ।

ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଓ ପରୀକୁ ନ୍ୟାୟ ମିଳିବ । କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛନ୍ତି ପ୍ରଦୀପ ମାଝି ।

Comments are closed.