କନକ ବ୍ୟୁରୋ : ପରୀ ପାଇଁ ପଦଯାତ୍ରା । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ବି ପଦଯାତ୍ରା ହେବ ।
ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଓ ପରୀକୁ ନ୍ୟାୟ ମିଳିବ । କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛନ୍ତି ପ୍ରଦୀପ ମାଝି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/31-4.jpg)