ଉତ୍ତରପ୍ରଦେଶରେ କାର୍ଯ୍ୟକର୍ତା ବୈଠକରେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ୟୁପିରେ ଇତିହାସ ରଚିବ ବିଜେପି

255

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତନ ଆଣିଛି । ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାରିଦିନିଆ ୟୁପି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଉତରପ୍ରଦେଶର କାନପୁରରେ ଆୟୋଜିତ କାନପୁର–ବୁନ୍ଦେଲଖଣ୍ଡ କ୍ଷେତ୍ରର କାର୍ଯ୍ୟକର୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ।

ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୟୁପିରେ ୨୦୨୨ ନିର୍ବାଚନ ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି । ଦଳରେ ଅଢ଼େଇ କୋଟି ସକ୍ରିୟ ସଦସ୍ୟ ଥିବା ବେଳେ ଆହୁରି ଦେଢ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷେ୍ନø ଠାରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଏହାବ୍ୟତିତ ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି । ୨୦୨୨ରେ ୟୁପି ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ସିଟରେ ବିଜୟୀ ହେବା ସହ ଉତରପ୍ରଦେଶରେ ପୁଣି ଥରେ ଇତିହାସ ରଚିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତରପ୍ରଦେଶରେ ଆଜି ଗୁଣ୍ଡାରାଜ ସମାପ୍ତ ହୋଇଛି ।

ଏହାବ୍ୟତିତ କୋରନା ସମୟରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାରୁ ଅନେକ ଲୋକ ସେବା ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ୟୁପିବାସୀଙ୍କ ଆସ୍ଥା ବଢ଼ିଛି । ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦାର, ଦମଦାର ସରକାର ତଥା ସମସ୍ତଙ୍କ ସରକାର ଏବଂ ସମସ୍ତଙ୍କ ପ୍ରୟାସରେ ସରକାର । ଏଥର ନିଶ୍ଚିତ ଭାବରେ ଉତରପ୍ରଦେଶର ଲୋକମାନେ ବିଜେପି ଉପରେ ପୁଣି ଥରେ ଜନଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।