ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥନରେ ଭୋଟ୍ ଦେଲା ବିଜେଡି । ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ : ପିସିସି ସଭାପତି କହିଲେ, ବିଜେଡି-ବିଜେପି ଏକ୍

213

କନକ ବ୍ୟୁରୋ : ସବୁବେଳେ ସମଦୁରତ୍ୱର କଥା କହି ଆସୁଥିବା ବିଜୁ ଜନତା ଦଳ, ପୁଣି ଥରେ କଂଗ୍ରେସର କଟାକ୍ଷ ପରିସରକୁ ଆସିଛି, ଯେତେବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ଦେଇଛି ବିଜେଡି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।

ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କହିଛନ୍ତି-ବିଜେଡିର ଅସଲ ଚେହେରା ପଦାରେ ପଡ଼ିଛି । ବିଜେଡି ଦଳ, ବିଜେପି ସହ ଅଛି । ଓଡ଼ିଶାରେ ବିଜେଡି-ବିଜେପି ଏକ୍ । ଏପଟେ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି-ଦଳ କାହା ସାଥିରେ ନାହିଁ । ରାଜ୍ୟ ଓ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ନିଷ୍ପତି ନିଆଯାଇଛି । ସେପଟେ ଗୋଲକ ମହାପାତ୍ର କହିଛନ୍ତି-ବିଜେପି ଲଢ଼େଇ କରୁଛି, ଲଢ଼େଇ ଜାରି ରଖିବ ।

କଂଗ୍ରେସ ଆଣୁଥିବା ଅଭିଯୋଗ ଏବଂ ବିଜେଡି-ବିଜେପି ରଖୁଥିବା ପ୍ରତିକ୍ରିୟା ଭିତରେ, ଏମିତି ଅନେକ ନଜିର ପାଇବେ ଯେତେ-ବେଳେ ଏନ୍ଡିଏର ବିପଦ ବେଳାରେ ଠିଆ ହୋଇଛି ବିଜୁ ଜନତା ଦଳ । ତାଜା ଉଦାହରଣ ଜିଏସ୍ଟି କ୍ଷେତ୍ରରେ ଦେଖିପାରିବେ । ଜିଏସ୍ଟି କ୍ଷତିପୁରଣ ସଂକ୍ରାନ୍ତରେ କେନ୍ଦ୍ରର ନିଷ୍ପତିକୁ ସମର୍ଥନ ଦେଇଛି ବିଜୁ ଜନତା ଦଳ । ଏମିତି କି ଏହା ପୂର୍ବରୁ ୨୦୧୮ରେ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଇଥିଲା । ଆଉ ପୁଣି ଥରେ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଜଣାଇଛି ବିଜେଡି ।