ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପିର ଯୋଜନା । ୭ଶହରୁ ଅଧିକ ଜିଲ୍ଲାରେ ଜନସଭା କରିବ ଦଳ । ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବୁଝାଇବାକୁ କରିବ ପ୍ରୟାସ

85

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କିଛି ଦିନ ହେଲା କୃଷକ ସଂଗଠନ ଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ କାଉଂଟର କରିବା ପାଇଁ । ବିଜେପି ଗ୍ରାମାଂଚଳ ଗୁଡ଼ିକରେ ବୈଠକ କରି ଲୋକଙ୍କୁ ସଚେତନ କରାଇବାର ଯୋଜନା କରିଛି ।  ଦେଶବ୍ୟାପି ବିଜେପି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବ ।

ସୂଚନା ଅନୁସାରେ ବିଜେପି ସାରା ଦେଶରେ ୭ଶହରୁ ଅଧିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଏବଂ ଜନସଭା କରିବ । କୃଷକ ଆନ୍ଦୋଳନକୁ ବିଭିନ୍ନ ଦଳର ସମର୍ଥନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ ଉପରେ ବିପକ୍ଷ ନେତାମାନେ ବର୍ଷୁଛନ୍ତି ।

କୃଷି ସୁଧାର ଆଇନକୁ ନେଇ ବିପକ୍ଷ ନେତା ମାନେ କୃଷକଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ଲଗାଇଛି ବିଜେପି ।  ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ କୃଷକଙ୍କୁ ଉସକାଉଥିବା କହିଛି ବିଜେପି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀର ଅଲଗା ଅଲଗା ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।