କନକ ବ୍ୟୁରୋ: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେପିର ପ୍ରେସମିଟର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ବିଜେପି ସାଂସଦ ମାନେ କାହିଁକି କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖୁନାହାନ୍ତି । ରାଜ୍ୟ ସରକାର ସବୁବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ସହଯୋଗ କରିଆସିବ ବୋଲି କହିଆସୁଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଓଡିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ୨୦୧୮ ସେପ୍ଟେମ୍ବର ୫ରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପ୍ରତିବଦ୍ଧତା ଜଣାଇଥିଲେ ଯେ ଯାହା ଆବଶ୍ୟକତା ରହିଛି ତାହା ରାଜ୍ୟ ସରକାର ଯୋଗାଇଦେବେ ।
ତେବେ ଆଶ୍ଚର୍ଯ୍ୟର କଥା ଯେ କାହିଁକି କେନ୍ଦ୍ର ସରକାର ଓଡିଶା ହାଇକୋର୍ଟଙ୍କ ସହ ଆଲୋଚନା କରନାହାନ୍ତି ତାହା ଚିନ୍ତାର ବିଷୟ । କେନ୍ଦ୍ର ସରକାର ଚାହିଁଲେ ହିଁ ପଶ୍ଚିମ ଓଡିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ହୋଇପାରିବ । ତାର ବାଟ ଅଛି ଯେମିତି ଆମ ସମ୍ବିଧାନର ୟୁନିୟନ ଲିଷ୍ଟ ରହିଛି । ଏଥିରେ ଥିବା ଏଣ୍ଟ୍ରି ୭୮ରେ ଲିପିବଦ୍ଧ ରହିଛି କେଉଁଭଳି ଭାବେ କେନ୍ଦ୍ର ସରକାର ଚାହିଁଲେ ସଂସଦ ମାଧ୍ୟମରେ ପଶ୍ଚିମ ଓଡିଶାର ବେଞ୍ଚ ଗଠନ କରିପାରିବ । ଓଡିଶା ହାଇକୋର୍ଟ ସହ ଆଲୋଚନା କରି ଏହା କରାଯାଇପାରିବ ।
Follow Us