ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଭୋଟରଙ୍କୁ ପ୍ରବତାଉଥିବା ଅଭିଯୋଗ: ନିର୍ବାଚନ କମିଶନଙ୍କୁ ଫେରାଦ ଦେଲା ବିଜେପି

Advertisment
ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଭୋଟରଙ୍କୁ ପ୍ରବତାଉଥିବା ଅଭିଯୋଗ: ନିର୍ବାଚନ କମିଶନଙ୍କୁ ଫେରାଦ ଦେଲା ବିଜେପି

କନକ ବ୍ୟୁରୋ: ଭୋଟରଙ୍କୁ ବିଜେଡି ଚିହ୍ନରେ ମୋହର ମାରିବା ପାଇଁ ପ୍ରିଜାଡିଙ୍ଗ ଅଫିସର ପ୍ରବର୍ତାଉଥିବା ବିଜେପିର ଅଭିଯୋଗ । ଏହାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି ବିଜେପି । ଆଜି ପାଟଣାଗଡ ବାଗଡୋର ଗ୍ରାମ ପଂଚାୟତର ୧୪ନମ୍ବର ଜୋନରେ ପ୍ରିଜାଇଡିଙ୍ଗ ଅଫିସର ଏସ ମହାଲିଙ୍ଗ ଭୋଟରଙ୍କୁ ବିଜେଡି ଚିହ୍ନରେ ମୋହର ମାରିବାକୁ କହୁଥିବା ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ରଖିଛି ବିଜେପି ।

ସେହିପରି ଜଣେ ପ୍ରଭାବଶାଳୀ ବ୍ୟକ୍ତି ବୁଥ୍ କ୍ୟାପଚର କରିବା ପାଇଁ ଲୋକଙ୍କୁ ପ୍ରବର୍ତାଇବାର ଭିଡିଓକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ସହ ଗିରଫ ପାଇଁ ଦାବି କରିଛି ବିଜେପି । ଅନ୍ୟପଟେ କଣାସରେ ସାମ୍ବାଦିକମାନଘଙ୍କୁ ମରଣାନ୍ତକ ଆକ୍ରମଣ ଓ ବ୍ରହ୍ମଗିରୀରେ ବାଲାଟ ବକ୍ସ ଦୁର୍ବୃତମାନେ ଉଠାଇନେଇଥିବା ପ୍ରସଙ୍ଗରେ ଆକ୍ସନ ପାଇଁ ବିଜେପି ଦାବି କରିଛି । ଭୋଟ ସରିବା ପରେ ସମସ୍ତ ଷ୍ଟ୍ରଙ୍ଗ ରୁମକୁ ୨୪ ଘଂଟିଆ ସିସି ଟିଭି ସର୍ଭିଲାନ୍ସରେ ରଖିବାକୁ ବିଜେପି ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe