ଆସାମରେ ଚାଲିଲାନି କଂଗ୍ରେସର ଯାଦୁ । ପୁଣି ସତ୍ତାକୁ ଫେରିପାରେ ବିଜେପି । ଦେଖନ୍ତୁ କିଏ ଆଗରେ କିଏ ପଛରେ?

227

କନକ ବ୍ୟୁରୋ: କରୋନା କାଳରେ ଆସାମରେ ଚାଲିଛି ଭୋଟ ଗଣତି । ଆସାମରେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ପରେ ଶେଷରେ ବଡ ବ୍ୟବଧାନରେ ଆଗେଇ ଚାଲିଛି ବିଜେପି । ଆକଳନ କରାଯାଉଛି ବିଜେପି ପୁଣି ଏଠାରେ ସରକାର ଗଢିପାରେ । କାରଣ ଆସାମରେ ୧୨୬ ଆସନରୁ ୭୭ ସିଟ ପାଇ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ ସିଟ ପାଇଛି । ତେବେ ଦେଖିବାକୁ ଗଲେ ଏଠାରେ ବିଜେପି ବିଜୟ ପଥରେ ଆଗେଇ ଚାଲିଛି ।

ତେବେ ଦୀର୍ଘ ବର୍ଷ ହେବ ଆସାମରେ ଶାସନ କରୁଥିବା କଂଗ୍ରେସ ହାତରୁ କ୍ଷମତା ଛଡାଇ ଆଣିଥିଲା ବିଜେପି । ଯଦି ଏଥର ପୁଣି କ୍ଷମତାକୁ ବିଜେପି ଫେରେ, ତେବେ ଏହା ବିଜେପି ପାଇଁ ଆସାମରେ ଏକ ବଡ ସଫଳତା ହେବ । ଲଗାତାର ଦ୍ୱିତୀୟ ଥର ପାଇଁ ଆସାମରେ ସରକାର ଗଢିପାରେ ବିଜେପ ିା ହେଲେ ଫଳାଫଲ କଣ ହେବ ବର୍ତ୍ତମାନ ତା ଉପରେ ସମସ୍ତଙ୍କ ନଜର ରହିଛି ।