କନକ ବ୍ୟୁରୋ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକ ପ୍ରତିନିଧୀ ଦଳ ପୁରୀ ଗସ୍ତ କରି ପୀଡିତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପ୍ରଦୀପ୍ତ ନାଏକ ଆଜିର ଦିବସକୁ କଳା ଦିବସ ବୋଲି କହିବା ସହ ରାଜ୍ୟସରକାର ପୀଡିତ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।
ଏହି ଘଟଣାରେ ସଂପ୍ୃକ୍ତ ପୋଲିସଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ଗିରଫ କରାଯାଉ । ପୋଲିସର ଏପରି ଅମାନବୀୟ ଏବଂ ଦାୟୀତ୍ୱହୀନତା କାର୍ଯ୍ୟ ପାଇଁ ପୁରୀ ଏସପିଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୁଖ୍ୟ ସଚେତକ ମୋହନ ମାଝୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରୀ ବିଧାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉଦଳା ବିଧାୟକ ଭାସ୍କର ମଢେଇ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସମେତ ବିଜେପି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/a25d74c6-394b-45a0-bbf5-3c9408ccbcb8.jpg)