କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁ ଗାଁରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ । କଟକ ଜିଲ୍ଲା ନିଆଳି ବ୍ଲକ ରାଣିଓଳା ପଂଚାୟତରେ ନିଆଳି ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଆଳିର ବିଜେପି ନେତା ଛବି ମଲ୍ଲିକଙ୍କ ନେତୁତ୍ୱରେ ଏକ ଶୋଭାଯାତ୍ରା ତଣ୍ଡିକଣା ବିଜ୍ର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏହାପରେ ବରିସଣ ପଡିଆରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା । ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଥିଲେ । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବିଜେପି ନେତା ଛବି ମଲ୍ଲିକ ସହିତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ ।