ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ ।

105

କନକ ବ୍ୟୁରୋ : ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ । ରାଜ୍ୟର ୪୪୯ ଆସନରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ହାତରେ ମାତ୍ର ୪୪ଟି ଆସନ ରହିଛି । ଗୁଜୁରାଟରେ ୬ଟି ମହାନଗର ନିଗମ ନିର୍ବାଚନ ନେଇ ଭୋଟଗଣତି ଚାଲିଛି ।

ସୂଚନା ଅନୁସାରେ ବିଜେପି ୪୪୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୪୪ଟି ସିଟରେ ଆଗୁଆ ରହିଛି । ରବିବାର ଏଥିପାଇଁ ଭୋଟିଂ ହୋଇଥିଲା । ଏଥିରେ ୪୬ ପ୍ରତିଶତ ମତଦାନ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ  । ଭୋଟ ଗଣତି ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆପ୍ କୁ ୨୭ଟି ଆସନ ମିଳିଥିବା ବେଳେ ଏଆଇଏମଆଇଏମ ଗୁଜରାଟରେ ଖାତା ଖୋଲିଛି । ସେପଟେ ବିଜେପିର ଗଡ  ଗୁଜରାଟର ମହାନଗର ନିଗମ ଫଳାଫଳରେ ବିଜେପିର ବିପୁଳ ବିଜୟ ପରେ ଗୁଜରାଟ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।