କନକ ବ୍ୟୁରୋ : ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ । ରାଜ୍ୟର ୪୪୯ ଆସନରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ହାତରେ ମାତ୍ର ୪୪ଟି ଆସନ ରହିଛି । ଗୁଜୁରାଟରେ ୬ଟି ମହାନଗର ନିଗମ ନିର୍ବାଚନ ନେଇ ଭୋଟଗଣତି ଚାଲିଛି ।
ସୂଚନା ଅନୁସାରେ ବିଜେପି ୪୪୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୪୪ଟି ସିଟରେ ଆଗୁଆ ରହିଛି । ରବିବାର ଏଥିପାଇଁ ଭୋଟିଂ ହୋଇଥିଲା । ଏଥିରେ ୪୬ ପ୍ରତିଶତ ମତଦାନ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଭୋଟ ଗଣତି ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆପ୍ କୁ ୨୭ଟି ଆସନ ମିଳିଥିବା ବେଳେ ଏଆଇଏମଆଇଏମ ଗୁଜରାଟରେ ଖାତା ଖୋଲିଛି । ସେପଟେ ବିଜେପିର ଗଡ ଗୁଜରାଟର ମହାନଗର ନିଗମ ଫଳାଫଳରେ ବିଜେପିର ବିପୁଳ ବିଜୟ ପରେ ଗୁଜରାଟ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/02/bjp.jpg)