କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଦୁଇ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଡିଏର ଅଂଶୀଦାର ଦଳ ଏବଂ ବିରୋଧୀ ୟୁପିଏର ଅଂଶୀଦାର ଥିବା ରାଜନୈତିକ ଦଳଙ୍କ ସହ କରିବେ ଆଲୋଚନା । ଏହି ଦୁଇ ନେତା ୟୁପିଏ ଓ ଅନ୍ୟ ବିରୋଧୀ ଦଳ ସହ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିବେ ।
ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ରାଜନୈତିକ ଦଳର ମୁଖିଆଙ୍କୁ ଜୁନ୍ ୧୫ରେ ଦିଲ୍ଲୀରେ ଏକାଠି ହେବାକୁ ଆମନ୍ତ୍ରଣ କରିଛନ୍ତି । ଏହି ବୈଠକରେ ଏନଡିଏ ପ୍ରାର୍ଥୀ ବିରୋଧରେ ଏକତ୍ରିତ ହୋଇ ଜଣଙ୍କୁ ପ୍ରାର୍ଥୀ କରିବାକୁ ମମତା ପ୍ରସ୍ତାବ ଦେବେ । ଏହା ପୂର୍ବରୁ କିନ୍ତୁ ବିରୋଧୀ ରାଜନୈତିକ ଦଳଙ୍କ ପାଖରେ ପହଞ୍ଚିବାକୁ ଏନଡିଏ ରଣନୀତି ପ୍ରସ୍ତୁତ କରିଛି । ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ବେଳେ ବିରୋଧୀ ଅଭିଯୋଗ କରିଥିଲେ ରାମନାଥ କୋବିନ୍ଦଙ୍କ ନାଁ ଘୋଷଣା କରିବା ପରେ ଏନଡିଏ ତାଙ୍କ ପାଖରେ ପହଞ୍ଚିଥିଲା । ଚଳିତଥର କିନ୍ତୁ ଏହି ତ୍ରୁଟିକୁ ସୁଧାରିବା ପାଇଁ ଏନଡିଏ ପ୍ରୟାସ କରୁଥିବା ସୂଚନା ରହିଛି । ଏବେ ଏନଡିଏ ପାଖରେ ଜେଡିୟୁ, ଆରଏଲଏସପି, ଅପନା ଦଳ, ଏଆଇଏଡିଏମକେ,ଜେଜେପି, ଏନପିପି, ଏନପିଏଫ, ଏଜିପି ରାଜନୈତିକ ଦଳ ରହିଛି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏନଡିଏ ପ୍ରାର୍ଥୀକୁ ବିଜୟୀ ହେବାକୁ ଅଳ୍ପ ସଂଖ୍ୟାର ସମର୍ଥନ ଆବଶ୍ୟକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/06/pjimage_-_2022-06-12T174939.82.webp)