କନକ ବ୍ୟୁରୋ : ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ହେବ । ଏହା ପୂର୍ବରୁ ଗଣତିର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଶାସକ ଦଳକୁ ବିଜୟୀ କରିବା ପାଇଁ ନିର୍ବାଚନ କମିଶନ ଗଳାବାଟ ବାହାର କରିଥିବା ସେ ଅଭିଯୋଗ କରିିଛନ୍ତି । ଫର୍ମ ୧୧ ଜରିଆରେ କେତେ ପୁଲିଂ ହେଲା ତାହା ପ୍ରିଜାଇଡିଂ ଅଫିସର ଜଣାଇବେ । ଏହା ଇଲେକ୍ସନ ମାନୁଆଲରେ ମଧ୍ୟ ଥିଲା ।

Advertisment

ହେଲେ କିଛି ଜାଗାରେ ପ୍ରିଜାଇଡିଂ ଅଫିସର ଜଣାଇଛନ୍ତି, ଆଉ କିଛି ଜାଗାରେ ଜଣାଇ ନାହାନ୍ତି ବୋଲି ସମୀର ମହାନ୍ତି କହିଛନ୍ତି । ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣତି ବେଳେ ଭୋଟ ବାକ୍ସରୁ ଯେତିକି ବାଲଟ ବାହାରିବ ତାହା ଚୂଡାନ୍ତ ହେବ । ଗୋଟିଏ ପଟେ ପ୍ରିଜାଇଡିଂ ଅଫିସର ଜଣାଉ ନାହାନ୍ତି ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ଏପରି ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର ମହାନ୍ତି । ଏପରି କରି ପ୍ରାର୍ଥୀଙ୍କ ଚକ୍ଷୁ ବନ୍ଧନ କରାଯାଇଛି ବୋଲି ବିଜେପି କହିଛି ।