କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାରେ ବିରୋଧୀଙ୍କୁ ବିଜେଡ଼ିର ପ୍ରଶ୍ନ । ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଓଡ଼ିଶା କଂଗ୍ରେସ ଓ ବିଜେପି ଭିତରେ ମଧୁଚନ୍ଦ୍ରିକା ଅଛି । ଓଡ଼ିଶା କଂଗ୍ରେସ ବିଜେପିର ବି-ଟିମ୍ । ମମିତା ମୃତ୍ୟୁ ମାମଲାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଥିବା ଭକ୍ତ ଦାସଙ୍କ ଫଟୋ ଦେଖାଇ ବିଜେଡ଼ି ଟାର୍ଗେଟ କରିଛି । ମୁଖ୍ୟ ଅଭିଯୁକ୍ତ ସହ ଭକ୍ତ ଦାସ ଠିଆ ହୋଇଥିବା ଫଟୋ ଦେଖାଇଛି ବିଜେଡ଼ି । ଦସ୍ତାବିଜ ଓ ଫଟୋ ନେଇ ଭକ୍ତ ଦାସ ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି । ଯଦି ମନ୍ତ୍ରୀ ମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଇ ଭୁଲ ହୋଇଛି ତେବେ ଭକ୍ତ ବି ଯାଇଛନ୍ତି , ତେଣୁ ଏନେଇ ଭକ୍ତ ଉତ୍ତର ରଖନ୍ତୁ ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।
ପୋଲିସ କେସ ଡାଏରୀରେ ଲେଖାଅଛି ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁ କିଛି ଛାତ୍ରୀ ଏବଂ ସ୍କୁଲ ଓ କଲେଜର ମହିଳା କର୍ମଚାରୀଙ୍କ ଯୌନ ଶୋଷଣ କରୁଥିବା ମମିତା ଜାଣିଥିଲେ । ଏପରିକି ମମିତା ଗୋବିନ୍ଦର ଏହି ଅନୈତିକ କାମକୁ ବିରୋଧ କରୁଥିଲେ । ତେଣୁ ଗୋବିନ୍ଦ ସେକ୍ସ ରାକେଟ ଚଳାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର ତଦନ୍ତ କିଏ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଗୋବିନ୍ଦ କିଭଳି ଓ କେଉଁ ସ୍ଥାନରେ ମମିତାଙ୍କୁ ହତ୍ୟା କରିଥିଲା ସେନେଇ ପୋଲିସ ସିନ ରି-କ୍ରିଏସନ କରିଥିଲା । ଯାହାକୁ ଫିଲ୍ମ କହି ସମାଲୋଚନା କରିଥିଲେ ବିଜୟ ମହାପାତ୍ର । ଆଜି ସେହି କଥାକୁ ଦୋହରାଇ ବିଜୟ କହିଛନ୍ତି ଯେ, ଗୋବିନ୍ଦର ସ୍ୱୀକାରୋକ୍ତି ନେଇ ପୋଲିସ କେସ ଡାଏରୀରେ କୁହାଯାଇ ନାହିଁ । ଏହିଭଳି ଏକାଧିକ ପ୍ରଶ୍ନ ଉଠାଇ ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
Follow Us