ମମିତା ମୃତ୍ୟୁ ମାମଲାକୁ ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ । ସସ୍ମିତ ପାତ୍ର କହିଲେ, ଓଡିଶା କଂଗ୍ରେସ ହେଉଛି ବିଜେପିର ବି-ଟିମ୍ ।

90

କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାରେ ବିରୋଧୀଙ୍କୁ ବିଜେଡ଼ିର ପ୍ରଶ୍ନ । ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଓଡ଼ିଶା କଂଗ୍ରେସ ଓ ବିଜେପି ଭିତରେ ମଧୁଚନ୍ଦ୍ରିକା ଅଛି  । ଓଡ଼ିଶା କଂଗ୍ରେସ ବିଜେପିର ବି-ଟିମ୍ । ମମିତା ମୃତ୍ୟୁ ମାମଲାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଥିବା ଭକ୍ତ ଦାସଙ୍କ ଫଟୋ ଦେଖାଇ ବିଜେଡ଼ି ଟାର୍ଗେଟ କରିଛି । ମୁଖ୍ୟ ଅଭିଯୁକ୍ତ ସହ ଭକ୍ତ ଦାସ ଠିଆ ହୋଇଥିବା ଫଟୋ ଦେଖାଇଛି ବିଜେଡ଼ି । ଦସ୍ତାବିଜ ଓ ଫଟୋ ନେଇ ଭକ୍ତ ଦାସ ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି । ଯଦି ମନ୍ତ୍ରୀ ମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଇ ଭୁଲ ହୋଇଛି ତେବେ ଭକ୍ତ ବି ଯାଇଛନ୍ତି , ତେଣୁ ଏନେଇ ଭକ୍ତ ଉତ୍ତର ରଖନ୍ତୁ ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।

ଅନ୍ୟପଟେ ମମିତା ମେହେର ହତ୍ୟା ମାମଲାରେ ପୋଲିସ ତଦନ୍ତକୁ ଦୁର୍ବଳ କରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା କେତେକ ତଥ୍ୟ ଉପସ୍ଥାପନ କରି ପ୍ରଶ୍ନ ଉଠାଇଛନ୍ତି । ମମିତା ମାମଲାରେ ସିନେ୍ଧକେଲା ଥାନା ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ ଦାଖଲ କରିଥିବା କେସ ଡାଏରୀ ଆଧାରରେ ଏହି ପ୍ରଶ୍ନ କରିଛନ୍ତି ବିଜୟ । ତାଙ୍କ କହିବା ହେଲା ମମିତା ହତ୍ୟା ମାମଲାରେ ଅକ୍ଟୋବର ୧୩ ତାରିଖରେ ଏଫଆଇଆର କରିଥିଲା ପୋଲିସ । ହେଲେ ୧୬ ତାରିଖରେ କୋର୍ଟରେ କେସ ଡାଏରୀ କରିଛି । ତେବେ କାହିଁକି ୩ ଦିନ ବିଳମ୍ବ କଲା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।

ପୋଲିସ କେସ ଡାଏରୀରେ ଲେଖାଅଛି ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁ କିଛି ଛାତ୍ରୀ ଏବଂ ସ୍କୁଲ ଓ କଲେଜର ମହିଳା କର୍ମଚାରୀଙ୍କ ଯୌନ ଶୋଷଣ କରୁଥିବା ମମିତା ଜାଣିଥିଲେ । ଏପରିକି ମମିତା ଗୋବିନ୍ଦର ଏହି ଅନୈତିକ କାମକୁ ବିରୋଧ କରୁଥିଲେ । ତେଣୁ ଗୋବିନ୍ଦ ସେକ୍ସ ରାକେଟ ଚଳାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର ତଦନ୍ତ କିଏ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଗୋବିନ୍ଦ କିଭଳି ଓ କେଉଁ ସ୍ଥାନରେ ମମିତାଙ୍କୁ ହତ୍ୟା କରିଥିଲା ସେନେଇ ପୋଲିସ ସିନ ରି-କ୍ରିଏସନ କରିଥିଲା । ଯାହାକୁ ଫିଲ୍ମ କହି ସମାଲୋଚନା କରିଥିଲେ ବିଜୟ ମହାପାତ୍ର । ଆଜି ସେହି କଥାକୁ ଦୋହରାଇ ବିଜୟ କହିଛନ୍ତି ଯେ, ଗୋବିନ୍ଦର ସ୍ୱୀକାରୋକ୍ତି ନେଇ ପୋଲିସ କେସ ଡାଏରୀରେ କୁହାଯାଇ ନାହିଁ । ଏହିଭଳି ଏକାଧିକ ପ୍ରଶ୍ନ ଉଠାଇ ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।