କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ମୃତ ପରିବାରଙ୍କୁ କେନ୍ଦ୍ରୀୟ ପାଣ୍ଠିରୁ ସହାୟତା ଦିଆଯିବା ସମ୍ପର୍କରେ ଶ୍ୱେତପତ୍ର ଦାବି କଲେ ବିଜେପି ବିଧାୟକ ମୋହନ ମାଝି

101

କନକ ବ୍ୟୁରୋ: କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବିଜେପି ବିଧାୟକ ଦଳ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଓ ସରକାରଙ୍କ କୋଭିଡ ମୃତ୍ୟୁ ତଥ୍ୟରେ ତାଳମେଳ ନାହିଁ । ଦ୍ୱିତୀୟ ଲହରରେ ରାଜ୍ୟରେ କେତେ ଜଣଙ୍କ ଜୀବନ ଯାଇଛି, ତାହାର ତଦନ୍ତ ପରେ ପ୍ରକୃତ ସଂଖ୍ୟା ବାହାର କରି ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି । ସେହିପରି କରୋନାରେ ବାପା ମାଆ ହରାଉଥିବା ଅନାଥ ଶିଶୁଙ୍କୁ କେନ୍ଦ୍ରୀୟ ସହାୟତା ମିଳୁଥିବା ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ ବୋଲି ବିଜେପି କହିଛି ।