ହାଜତ ମୃତ୍ୟୁ ପ୍ରସଙ୍ଗରେ ଆନ୍ଦୋଳକୁ ଓଲ୍ଲାଇଲେ ବିଜେପି : ଭୁବନେଶ୍ୱର ଜିଲ୍ଲା ବିଜେପିର ରାଲି; ପୁରୀ ଓ ବିରମିତ୍ରପୁରରେ ଅଭିଯୁକ୍ତଙ୍କ ମୃତ୍ୟୁ ଅସ୍ୱାଭାବିକ ଅଭିଯୋଗ

ନ୍ୟାୟ ଦାବି କଲା ଦଳ

80

କନକ ବ୍ୟୁରୋ : ରାଜ୍ୟରେ ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓଲ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଛି । ରାଲିରେ ସାମିଲ ହୋଇଛନ୍ତି ଦଳର ଛାମୁଆ ନେତା ଓ କର୍ମୀ । ୨ଟି ଯାକ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ ପୋଲିସ ହେପାଜତରେ ଦୁଇ ଦୁଇଟି ଅସ୍ୱଭାବିକ ମୃତ୍ୟୁ ହୋଇଛି । ହାଜତରେ ଥିବା ଅପରାଧିଙ୍କୁ ପୋଲିସ ପିଟି ପିଟି ମାରିଦେବା ନିନ୍ଦନୀୟ । ପୁରୀରେ ହାଜତ ମୃତ୍ୟୁକୁ କଳାଦିବସ ଆଖ୍ୟା ଦେଇଛି ବିଜେପି । ଏଥିସହ ନ୍ୟାୟ ପାଇଁ ଦଳ ଦାବି କରିଛି ।

Comments are closed.