କନକ ବ୍ୟୁରୋ : ରାଜ୍ୟରେ ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓଲ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଛି । ରାଲିରେ ସାମିଲ ହୋଇଛନ୍ତି ଦଳର ଛାମୁଆ ନେତା ଓ କର୍ମୀ । ୨ଟି ଯାକ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ ପୋଲିସ ହେପାଜତରେ ଦୁଇ ଦୁଇଟି ଅସ୍ୱଭାବିକ ମୃତ୍ୟୁ ହୋଇଛି । ହାଜତରେ ଥିବା ଅପରାଧିଙ୍କୁ ପୋଲିସ ପିଟି ପିଟି ମାରିଦେବା ନିନ୍ଦନୀୟ । ପୁରୀରେ ହାଜତ ମୃତ୍ୟୁକୁ କଳାଦିବସ ଆଖ୍ୟା ଦେଇଛି ବିଜେପି । ଏଥିସହ ନ୍ୟାୟ ପାଇଁ ଦଳ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/24-22.jpg)